କମେଡିଆନ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର

ନୂଆଦିଲ୍ଲୀ: ସୁପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହୋଇଛନ୍ତି । ପରେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ଏକ ଜିମରେ ୱାର୍କଆଉଟ କରୁଥିବା ସମୟରେ ରାଜୁ ହଠାତ୍ ମୂର୍ଚ୍ଛା ହୋଇଯାଇଥିଲେ । କିନ୍ତୁ ଏବେ ତାଙ୍କ ଚେତା ଫେରିଛି । ଖୁବ୍‌ଶୀଘ୍ର ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ଡାକ୍ତର ସୂଚନା ଦେବେ ।