ପାଟଣା: ବିହାରରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତିଶ ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନୀତିଶ କୁମାର କହିଛନ୍ତି ଯେ, ଆଜି ହୋଇଥିବା ବୈଠକରେ ପାର୍ଟିର ସମସ୍ତ ସାଂସଦ ଓ ବିଧାୟକ ଏନଡିଏ ଛାଡ଼ିବାକୁ କହିଥିଲେ । ସମସ୍ତେ ଏନଡିଏ ଛାଡ଼ିବାକୁ କହିବାରୁ ମୁଁ ଇସ୍ତଫା ଦେଲି । ବିଜେପି ସହିତ କାମ କରିବାରେ ସମସ୍ୟା ହେଉଛି ବୋଲି ସମସ୍ତେ କହିଲେ ।
ସୂଚନାଯୋଗ୍ୟ, ଇସ୍ତଫା ଦେବା ପରେ ତେଜସ୍ୱୀ ଯାଦବଙ୍କୁ ଭେଟିବା ପାଇଁ ନୀତିଶ କୁମାର ତାଙ୍କ ଘରେ ପହଞ୍ଚିଛନ୍ତି ।