ପ୍ରଧାନମନ୍ତ୍ରୀ ହେବା ଲୋଭରେ ବିଜେପି ପିଠିରେ ଛୁରି ମାରିଲେ ନୀତିଶ : ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାରର ପୂର୍ଣ୍ଣିୟାରେ ‘ଜନ ଭାବନା ରାଲି’କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ଶାହ କହିଛନ୍ତି ଯେ, ନୀତିଶ ବାବୁ ପ୍ରଧାନମନ୍ତ୍ରୀ ହେବା ଲୋଭରେ ବିଜେପି ପିଠିରେ ଛୁରି ମାରି ଆଜି ଆରଜେଡି ଓ କଂଗ୍ରେସ କୋଳରେ ବସିଛନ୍ତି ।

ଅମିତ ଶାହ ଅହୁରି କହିଛନ୍ତି ଯେ, ନୀତିଶ ବାବୁ ଭାରତର ଜନତା ଜାଗୃତ ହୋଇସାରିଲେଣି । ସ୍ୱାର୍ଥ ଓ କୂଟିଳ ରାଜନୀତି ବଳରେ କେହି ପ୍ରଧାନମନ୍ତ୍ରୀ ହୋଇପରିବନି । ବିକାଶ ଦିଗରେ କାମ କଲେ, ନିଜ ବିଚାରଧାରା ପ୍ରତି ସମର୍ପିତ ରହିଲେ ଓ ଦେଶର ସୁରକ୍ଷାକୁ ସୁନିଶ୍ଚିତ କଲେ ହିଁ ଜନତା କାହାକୁ ପ୍ରଧାନମନ୍ତ୍ରୀ କରିଥାଏ ।