ନବରଙ୍ଗପୁର,ଏନ୍ଏନ୍ଏସ: ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ନିଯୁକ୍ତ କରାଯାଇଛି । ଶ୍ରୀ ରନ୍ଧାରୀଙ୍କ କାର୍ଯ୍ୟ ଦକ୍ଷତା ଜିଲ୍ଲାରେ ବିଜେଡି ଶକ୍ତି ବୃଦ୍ଧିରେ ସହାୟକ ହୋଇପାରିଛି। ସେ ୩ଥର ବିଧାୟକ ହୋଇ ସାଧାରଣ ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ନବରଙ୍ଗପୁର ବିଧାନସଭା କ୍ଷେତ୍ରରୁ ୨ଥର ଜିତି ବିଧାୟକ ହେବା ପରେ ବର୍ତ୍ତମାନ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ଭାବେ ଶ୍ରୀ ରନ୍ଧାରୀ କାର୍ଯ୍ୟ କରି ଆସୁଛନ୍ତି । ପ୍ରତ୍ୟେକ ଦିନ ଲୋକଙ୍କ ସହ ମିଶିବା ଶ୍ରୀ ରନ୍ଧାରୀଙ୍କ ସବୁଠୁ ବଡ଼ କାର୍ଯ୍ୟ ହୋଇଥାଏ ।