ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ବୈଠକ ଆଜି, ଜାଣନ୍ତୁ କେଉଁମାନେ ରହିବେ ଅନୁପସ୍ଥିତ

ନୂଆଦିଲ୍ଲୀ,ଏଜେନ୍ସି: ନୀତି ଆୟୋଗର ୭ମ ଗଭର୍ଣ୍ଣିଂ କାଉନସିଲର ବୈଠକ ରବିବାର ଦିଲ୍ଲୀରେ ଆୟୋଜନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏହି ବୈଠକେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ ନାହିଁ । ଏଥିରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନୁପସ୍ଥିତ ରହିବେ । ଚନ୍ଦ୍ରଶେଖର ରାଉ ବୈଠକକୁ ପ୍ରତ୍ୟାଖାନ କରିଥିବା ବେଳେ ନୀତିଶ କୁମାର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଯୋଗଦେଇପାରିବେ ନାହିଁ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।

ନୀତି ଆୟୋଗର ବୈଠକକୁ ନେଇ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବୈଠକରୁ ନିଜକୁ ଦୂରରେ ରଖୁଛି । କାରଣ କେନ୍ଦ୍ର ସରକାର ତେଲେଙ୍ଗାନା ସହିତ ଭେଦଭାବ କରନ୍ତି । ଭାରତକୁ ଏକ ମଜବୁତ ଓ ବିକାିତ ଦେଶ ଭାବେ ଗଢ଼ିବା ପାଇଁ ସାମୁହିକ ପ୍ରୟାସରେ ସମାନ ଭାଗିଦାରୀ ମିଳୁ ନାହିଁ ।