Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରବି-ବିନେଶ-ନବୀନ ସ୍ୱର୍ଣ୍ଣ ପଦକ ଆଣିଲେ, ଭାରତର ପଦକ ସଂଖ୍ୟା ୪୦କୁ ବୃଦ୍ଧି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରବି-ବିନେଶ-ନବୀନ ସ୍ୱର୍ଣ୍ଣ ପଦକ ଆଣିଲେ, ଭାରତର ପଦକ ସଂଖ୍ୟା ୪୦କୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ଏହି କ୍ରୀଡ଼ାର ୯ମ ଦିନରେ ଶନିବାର କୁସ୍ତିରେ ଭାରତକୁ ଖେଳାଳି କୀର୍ତ୍ତିମାନ ସାଜିଛନ୍ତି । ରବି କୁମାର ଦହିୟା, ବିନେଶ ଫୋଗାଟ ଓ ନବୀନ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ବଜରଂଗ ପୁନିଆ, ସାକ୍ଷୀ ମଲିକ ଓ ଦୀପକ ପୁନିଆ କୁସ୍ତିରେ ସ୍ୱର୍ଣ୍ଣ ପଦକ ଆଣିଥିଲେ । ଅର୍ଥାତ କୁସ୍ତିରେ ମୋଟ ୬ଟି ସ୍ୱର୍ଣ୍ଣ ପଦକ ଭାରତକୁ ଆସିଛି । କୁସ୍ତି ବ୍ୟତୀତ ଅନ୍ୟ କ୍ରୀଡ଼ାରେ ମଧ୍ୟ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି । ପାରା ଟେବୁଲ ଟେନିସରେ ଭାବିନା ପଟେଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସୂଚନାଯୋଗ୍ୟ, ଭାରତକୁ ଏପର୍ଯ୍ୟନ୍ତ ମୋଟ ୪୦ଟି ପଦକ ଆସିସାରିଛି । ଏଥିରେ ୧୩ଟି ସ୍ୱର୍ଣ୍ଣ ପଦକ ଥିବା ବେଳେ ୧୧ଟି ରୌପ୍ୟ ପଦକ ଓ ୧୬ଟି କାଂସ୍ୟ ପଦକ ଭାରତର କ୍ରୀଡ଼ାବିତ୍‌ମାନେ ଆଣିସାରିଛନ୍ତି । ସେହିପରି ମେଡାଲ ତାଲିକାରେ ଭାରତର ସ୍ଥାନ ୫ମରେ ରହିଛି । ଅଷ୍ଟ୍ରେଲିଆ ୫୯ଟି ସ୍ୱର୍ଣ୍ଣ ସହିତ ୧୫୫ଟି ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଇଂଲଣ୍ଡ ମୋଟ ୧୪୮ଟି ପଦକ ସହ ୨ୟ, କାନାଡା ୮୪ ପଦକ ସହ ୩ୟ ଓ ନ୍ୟୁଜିଲାଣ୍ଡ ମୋଟ ୪୪ଟି ପଦକ ସହ ୪ର୍ଥ ସ୍ଥାନରେ ରହିଛି । ପାକିସ୍ତାନର ସ୍ଥାନ ୧୭ରେ ରହିଛି । ପାକିସ୍ତାନ ଏପର୍ଯ୍ୟନ୍ତ ଗୋଟିଏ ସ୍ୱର୍ଣ୍ଣ ସହିତ ମୋଟ ୭ଟି ପଦକ ଆଣିପାରିଛି ।