ତୈଳ ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା 

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ତୈଳ ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ଦେଇଛନ୍ତି। ସୀତାରମଣ କହିଛନ୍ତି ଯେ, ଏହା ଏକ ଗମ୍ଭୀର ମାମଲା ଯେଉଁଥିରେ ଦର କମ୍ ଛଡ଼ା ଆଉ କୌଣସି ଉତ୍ତର କାହାରିକୁ ବି ସନ୍ତୁଷ୍ଟି ପ୍ରଦାନ କରିବ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତାଙ୍କ ପାଇଁ ଉଚିତ ସ୍ତରରର ଖୁଚୁରା ଇନ୍ଧନ ମୂଲ୍ୟ କମ୍ କରିବା ଲାଗି ଆଲୋଚନା କରିବା ଉଚିତ।

ସୀତାରମଣ ଆହୁରି କହିଛନ୍ତି ଯେ, ଓପୀଇସୀ ଦେଶ ଉତ୍ପାଦନର ଯେଉଁ ଅନୁମାନ ଲଗାଇଥିଲେ ତାହା ମଧ୍ୟ ତଳକୁ ଖସିବାର ସମ୍ଭାବନା ରହିଛି ଯାହାକି ଚିନ୍ତା ବଢ଼ାଇଛି। ତୈଳ ଦର ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିିଁ। ତୈଳ କମ୍ପାନୀ କଞ୍ଚାତେଲ ଆମଦାନୀ   କରିବା ପରେ ରିଫାଇନ କରି ନିଜେ ହିଁ ବିକ୍ରି କରିଥାନ୍ତି।