ନିଜ ଅଞ୍ଚଳ ସୁରକ୍ଷାରେ ଓଡିଶା ସରକାର ବିଫଳ : ପିସିସି ଭାପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ମାଟିର କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ନିର୍ବାଚନ କଲେ। ଫଳରେ ଓଡ଼ିଶା ସରକାର ନିଜ ଅଞ୍ଚଳକୁ ସୁରକ୍ଷା କରିବାରେ ବିଫଳ ହେଲେ। ଉତ୍କଳ ମାତାର ସୁରକ୍ଷା ନେଇ ଆଜି ରାଜ୍ୟବାସୀଙ୍କ ପାଖରେ ବଡ଼ ପ୍ରଶ୍ନବାସୀ ସୃଷ୍ଟି କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୋଟିଆ ବିବାଦ ଦୀର୍ଘ ଦିନ ଧରି ଲାଗି ରହିଥିଲା। ହେଲେ ରାଜ୍ୟ ସରକାର କୌଣଦି ପଦକ୍ଷେପ ନେଲେ ନାହିଁ। ଆଜି ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପଦାରେ ପଡ଼ିଛି। ଓଡ଼ିଶା ନିଜସ୍ୱ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି। ସେଥିପାଇଁ ଆଜି କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାର ତାଙ୍କ ସ୍ୱତନ୍ତ୍ର ପୁଲିସ୍ ବାହିନୀ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନ କରିପାରିଲେ। ରାଜ୍ୟବାସୀଙ୍କ ଲାଗି ଏହାଠାରୁ ଅଧିକ ଦୁଃଖ ଆଉ ଦୁର୍ଭାଗ୍ୟ ଏ ରାଜ୍ୟ ପାଇଁ କ’ଣ ହୋଇପାରେ।

୨୦୦୬ ମସିହା ସୁପ୍ରିମକୋର୍ଟର ନିଷ୍ପତ୍ତି ସୁପ୍ରିମକୋର୍ଟର ରାୟ କେବଳ ଷ୍ଟାଟସକୋ ବଳବତ୍ତର ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ଏ ଘଟଣାକୁ ଉଭୟ ରାଜ୍ୟ ସରକାର ବୈଠକ ମାଧ୍ୟମରେ ବା ଭାରତୀୟ ସମ୍ବିଧାନର ଧାରା ୩ଓ ୪ ଅନୁସାରେ ପାଲ୍ୟାମେଣ୍ଟରେ ଏ ବିବାଦର ସମାଧାନ କରିପାରିବ। ଆଜିକୁ ୨୧ ବର୍ଷ ନିରନ୍ତର ଭାବରେ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏବଂ ତନ୍ମମଧ୍ୟରୁ ବିଜେପି ସରକାର ଏଭଳି ଏକ ସ୍ପର୍ଷକାତର ଘଟଣାକୁ ନେଇ ଦୁଇ ରାଜ୍ୟର ସହମତି ଭିର୍ତ୍ତିରେ ହେଉ ବା ପାଲ୍ୟାମେଣ୍ଟର ଉପସ୍ଥାପିତ କରି ଓଡ଼ିଶାର ସୀମାକୁ ରକ୍ଷା କରିବାର ଅସମର୍ଥ ହେଲେ କାହିଁକି ସେ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏଥିରୁ ସ୍ପଷ୍ଟ ପ୍ରତ୍ୟୟମାନ ଏ ଉଭୟ ଦଳର ନେତୃବୃନ୍ଦ ଉତ୍କଳ ମାତା ପ୍ରତି ଅସମ୍ମାନ କରିଛନ୍ତି। ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ କିଭଳି ରାଜ୍ୟ ସରକାରଙ୍କ କାଣିଚାଏବି ଖବର ମିଳିଲା ନାହିଁ। କାହିଁକି ରାଜ୍ୟର ମନ୍ତ୍ରୀ ଓ ସରକାରୀ ଅଫିସରମାନେ କାହିଁକି ସେହି ଅଞ୍ଚଳ ଗ୍ରସ୍ତ କରି ଏ ଦିଗରେ ବିହୀତ ପଦକ୍ଷେପ ନେଲେ ନାହିଁ। ଏ ନିର୍ବାଚନକୁ ବନ୍ଦ କରିବାପାଇଁ କାହିଁକି ରାଜ୍ୟ ସରକାର ସେଠାରେ ପୁଲିସ୍ ଫୋର୍ସ ଏବଂ ଅଧିକାରୀ ବୃନ୍ଦଙ୍କୁ ନିୟୋଜିତ କଲେ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ସବୁବେଳେ ଯେଉଁ କଥା କୁହନ୍ତି, ସାରା ଓଡ଼ିଶା ତାଙ୍କର ପରିବାର। ଏହାର ଯଥାର୍ଥତା କେତେ ବୋଲି ସେ ପ୍ରଶ୍ନ କରିଛନ୍ତି।