ପେନସିଲରେ ବନ୍ଧୁକ ତିଆରି କରି ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବାରିପଦା, ଏନ୍ଏନ୍ଏସ୍: ଆସନ୍ତାକାଲି ଭାଲେଣ୍ଟାଇନ୍ ଡେ । ୨୦୧୯ରେ ସାରା ଦେଶ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର ୪୦ ଜଣ ବୀର ଜବାନ ସହିଦ ହୋଇଥିଲେ । ଦେଶର ସେହି ବୀର ସନ୍ତାନଙ୍କୁ ବେତନଟୀ ଅଞ୍ଚଳର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା(ସିତୁ) ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମାଇକ୍ରୋ ଆର୍ଟ ମାଧ୍ୟମରେ ଏକ ପେନସିଲରେ ଖୋଦେଇ କରି ବନ୍ଧୁକ କରିଛନ୍ତି । ଯାହାର ଦର୍ଘ୍ୟ ପ୍ରାୟ ଦେଢ଼ ଇଞ୍ଚ୍ ରହିଛି। ଏହାକୁ ସେ ସହିଦ ଜବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ନିଜର କଳାକୃତି ମାଧ୍ୟମରେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଆସିଥିବା ସମରେନ୍ଦ୍ରଙ୍କର ଏହି ପଦକ୍ଷେପ ପ୍ରଶଂସାର ବିଷୟ ପାଲଟିଛି। ପୂର୍ବରୁ ଗୋପବନ୍ଧୁ ଦାସ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହେରୁ, ଅବଦୁଲ କାଲମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖଙ୍କ କଳାକୃତି ଗଛରେ ଖୋଦେଇ କରି ସାରିଛନ୍ତି ସମରେନ୍ଦ୍ର।