ଦେଶରେ ଆଉ ୯ ଜଣଙ୍କ ଠାରେ ନୂତନ ଷ୍ଟ୍ରେନ କରୋନା ଭୂତାଣୁ; ମୋଟ ୩୮ ଜଣ ଚିହ୍ନଟ ହେଲେଣି

ନୂଆଦିଲ୍ଲୀ,ଏଜେନ୍ସି: ବ୍ରିଟେନରେ ନୂତନ କରୋନା ଷ୍ଟ୍ରେନର କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏହା ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଏହି ମଧ୍ୟରେ ଭାରତରେ ମଧ୍ୟ ଏହି ନୂଆ ଷ୍ଟ୍ରେନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭାରତରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ସମସ୍ତେ ବ୍ରିଟେନ ଫେରନ୍ତା ବୋଲି ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଆଜି ଆଉ ୯ ଜଣ ନୂଆ ଷ୍ଟ୍ରେନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଏହି କରୋନା ସଂକ୍ରମଣ ସଂଖ୍ୟା ୩୮ରେ ପହଞ୍ଚିଛି।

ସୂଚନା ଅନୁଯାୟୀ ଗତବର୍ଷ ନଭେମ୍ବର ୨୫ରୁ ଡିସେମ୍ବର ୨୩ ସୁଦ୍ଧା ୩୩ ହଜାରରୁ ଅଧିକ ବ୍ରିଟେନରେ ରହୁଥିବା ଭାରତୀୟ ଭାରତକୁ ଫେରିଛନ୍ତି। ତେବେ ପର୍ଯ୍ୟାୟକ୍ରମେ ସେମାନଙ୍କ କରୋନା ଟେଷ୍ଟ କରାଯାଉଛି। ଏଥିସହିତ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏଥିସହିତ ଭାରତ-ବ୍ରିଟେନ ମଧ୍ୟରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ କରାଯାଇଛି।