ଭୁୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କ ଗୋଡରେ ବାଡି ପକାଇବା ଘଟଣା। ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି। ତାଙ୍କ ସହିତ ମାମଲାର ତଦନ୍ତକାରୀ ଅଧିକାରୀ ଏସଆଇ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି।
ଉଭୟଙ୍କୁ ବାଲେଶ୍ୱର ମୁଖ୍ୟାଳୟକୁ ବଦଳି କରାଯାଇଛି। ଏନେଇ ବାଲେଶ୍ୱର ଡିଆଇବି ଡିଏସପି ସୂଚନା ଦେଇଛନ୍ତି । ସେପଟେ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ। ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡରେ ବେଡି ପଡିଲା ଜଣାଇବାକୁ କଲେ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୧୫ ଦିନ ଭିତରେ ରିପୋର୍ଟ କରିବାକୁ ରାଜ୍ୟ ମାନବାଧିକାର କମିଶନ କହିଛନ୍ତି।
ସେପଟେ ହ୍ୟୁମାନ ରାଇଟ ସଂସ୍ଥାର ପ୍ରେସିଡେଣ୍ଟ ଡାକ୍ତର ଜିତେନ୍ଦ୍ର ମହାରଣା ନୀଳଗିରିରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ପରେ ଥାନାରେ ମଧ୍ୟ ପହଞ୍ଚି ତଥ୍ୟ ନେଇଛନ୍ତି। ତେବେ ଏଭଳି ଅମାନୁଷିକ କାର୍ୟ୍ୟକୁ ସମାଲୋଚନା ମଧ୍ୟ କରିଛନ୍ତି।