ଫରିଦାବାଦ: ବହୁଚର୍ଚ୍ଚିତ ନିକିତା ତୋମାର ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ତୋସିିଫ ଓ ରେହାନଙ୍କୁ ହରିୟାଣା ଫରିଦାବାଦାର ଏକ ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ଉଭୟଙ୍କୁ ୨୦ ହଜାର ଲେଖାଏଁ ଜୋରିମାନା ମଧ୍ୟ ଭରିବାକୁ କୁହାଯାଇଛି। କୋର୍ଟ ଉଭୟଙ୍କୁ ମାର୍ଚ୍ଚ ୨୪ ତାରିଖରେ ଦୋଷୀ ଘୋଷଣା କରିଥିଲେ।
ତୋସିଫ ଓ ରେହାନକୁ ୩୦୨ (ହତ୍ୟା), ୩୬୬ (ଜଣେ ମହିଳାକୁ ଅପହରଣ କରି ତାକୁ ବିବାହ କରିବା ପାଇଁ ବାଧ୍ୟ କରିବା), ୧୨୦ବି/୩୪ (ଅପରାଧିକ ଚକ୍ରାନ୍ତ) ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରାଯାଇଛି।
ପୁଲିସର କହିବାନୁସାରେ, ନିକିତା ତୋମାରଙ୍କୁ ତୋସିଫ ବିବାହ କରିବାକୁ ଚାହୁଁଥିଲା। ଏଥିରେ ନିକିତା ଅରାଜି ହେବାରୁ ଅକ୍ଟୋବର ୨୬ ତାରିଖରେ ଫରିଦାବାଦ ଜିଲ୍ଲାର ବଲ୍ଲଭଗଢ଼ରେ ତୋଷିଫ ତାଙ୍କୁ ଗୁଳି ମାରି ହତ୍ୟା କରିଦେଇଥିଲା। ନିକିତା ତୋମାରଙ୍କ ପିତା ମୂଳଚନ୍ଦ ତୋମାର ଦୋଷୀଙ୍କୁ ଫାଶି ଖୁଣ୍ଟରେ ଝୁଲାଇବା ପାଇଁ ଦାବି କରିଥିଲେ।