ମୋରୀଗାଁବ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସାମ ରାଲିରେ କଂଗ୍ରେସ ଓ ତା’ର ସହଯୋଗୀ ପାର୍ଟି ଏଆଇୟୁଡିଏଫ ଉପରେ ଖୁବ୍ ବର୍ଷିଛନ୍ତି। ଏହି ଅବସରରେ ଶାହ କହିଛନ୍ତି ଯେ, ଆସାମରେ ବିଜେପି ଆଗାମୀ ସରକାର ଗଢ଼ିବା ପରେ ‘ଲବ ଏଣ୍ଡ ଲ୍ୟାଣ୍ଡ ଜିହାଦ’ ରୋକିବା ପାଇଁ ଆଇନ ପ୍ରସ୍ତୁତ କରାଯିବ।
ଶାହ ମୋରୀଗାଁବ ରାଲିରେ କହିଛନ୍ତି ଯେ, ଏଆଇୟୁଡିଏଫର ମୁଖ୍ୟ ବଦରୁଦ୍ଦୀନ ଅଜମଲଙ୍କୁ ଆସାମରେ ନିଜର ପରିଚୟ ସୃଷ୍ଟି କରିବାକୁ ବିଜେପି ଦେବନାହିଁ। ବହରୁଦ୍ଦୀନ ଆସାମର ପରିଚୟ ବୋଲି ରାହୁଲ ଗାନ୍ଧୀ କହୁଛନ୍ତି। କଂଗ୍ରେସ ପାର୍ଟି ପାଇଁ ବହରୁରୁଦ୍ଦୀନ ପରିଚିତ ହୋଇପାରନ୍ତି କିନ୍ତୁ ଆସାମ ପାଇଁ ନୁହେଁ। ଆସାମର ପରିଚୟ ଶ୍ରମାନ ଶଙ୍କରଦେବ ଓ ଶ୍ରୀମାନ ମାଧବ ଜୀ ହୋଇପାରନ୍ତି। ଆସାମରେ ଯଦି ଭୁଲରେ ବି କଂଗ୍ରେସ ଓ ବଦରୁଦ୍ଦୀନ ସରକାର ଗଢ଼ନ୍ତି ତା’ହେଲେ ପୁଣି ଅନୁପ୍ରବେଶକାରୀଙ୍କ ବନ୍ୟା ଆସିବ। କଂଗ୍ରେସ ପାର୍ଟି ଅନୁପ୍ରବେଶକାରୀ ମୁକ୍ତ ଆସାମ ଦେଇପାରିବ ନାହିଁ।