ଉତ୍ତରାଖଣ୍ଡ: ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ପୁଷ୍କର ସିଂହ ଧାମୀ ସରକାର ସ୍ଥିର କରିଛନ୍ତି। ଉତ୍ତରାଖଣ୍ଡ ପୂର୍ବରୁ ୟୁପୀ, ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ଓମିକ୍ରୋନର ପ୍ରଥମ ମାମଲା ଦେହରାଦୁନରୁ ସାମ୍ନାକୁ ଆସିଛି। ଜଣେ ମହିଳା ଡିସେମ୍ବର ୮ ତାରିଖରେ ସ୍କଟଲାଣ୍ଡରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିଲା। ସେହିଦିନ କାର ଯୋଗେ ସେ ଦେହରାଦୁନ ପହଂଚିଥିଲେ। ପରେ ଡିସେମ୍ବର ୧୨ରେ ପୁଣିଥରେ ଟେଷ୍ଟ କରାଇବାରୁ ଓମିକ୍ରୋନରେ ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିଥିଲା। ସମ୍ପୃକ୍ତ ମହିଳାଙ୍କୁ ଏବେ ହୋମ-କ୍ୱାରେଣ୍ଟାଇନରେ ରଖାଯାଇଛି।