Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆସନ୍ତା ୩୧ରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବେ ରାଜସ୍ଥାନ ସରକାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆସନ୍ତା ୩୧ରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବେ ରାଜସ୍ଥାନ ସରକାର

ଜୟପୁର,ଏଜେନ୍ସି: ଦେଶରେ କରୋନା ଭୂତାଣୁର ୨ୟ ସ୍ୱରୂପ ଦେଖାଯାଇଥିବା ବେଳେ ଆଗକୁ ନୂଆ ବର୍ଷ ଆସୁଛି। ଲୋକମାନେ ନୂଆବର୍ଷ ପାଳନ କରିବାକୁ ଭିଡ ଜମାଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ରାତି ୮ ଟାରୁ ୨୦୨୧ ଜାନୁଆରୀ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜସ୍ଥାନ ସରକାର ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ସହରର ଲୋକ ସଂଖ୍ୟା ୧ ଲକ୍ଷରୁ ଅଧିକ ଥିବ ସେଠାରେ ଏହି ନିୟମ ପାଳନ କରାଯିବ। ଗୃହ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ରାଜ୍ୟରେ ନୂଆବର୍ଷ ପାଳନକୁ ବାରଣ କରାଯାଇଥିବା ବେଳେ ଆତିସବାଜିକୁ ମଧ୍ୟ ବାରଣ କରାଯାଇଛି।

ଡିସେମ୍ବର ୩୧ ତାରିଖ ରାତି ୭ଟାରୁ ସମସ୍ତ ବଜାର ବନ୍ଦ ରହିବ। ରାଜ୍ୟର ମୁଖ୍ୟ ସହର ଯଥା- କୋଟା, ଜୟପୁର, ଯୋଧପୁର, ବିକାନେର, ଉଦୟପୁର, ଆଜମେର, ଆଲୱର, ଭିଲୱାରା, ନାଗୋର, ପାଲି, ଟୋଙ୍କ, ଶିକାର ଏବଂ ଗଙ୍ଗାନଗରରେ ଡିସେମ୍ବର ୩୧ ତାରିଖ ରାତି ୮ଟାରୁ ଜାନୁଆରୀ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

ରାଜସ୍ଥାନରେ କରୋନା ପଜିଟିଭ ସଂଖ୍ୟା ୩ ଲକ୍ଷ ୧ ହଜାର ୭୦୮କୁ ବୃଦ୍ଧି ପାଇଛି। ମୃତକଙ୍କ ସଂଖ୍ୟା ୨୬୪୨କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୨ ଲକ୍ଷ ୮୭ ହଜାର ୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୭୩୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।