ନୂଆଦିଲ୍ଲୀ, ଏଜେନ୍ସି: ଉତ୍ତରପ୍ରଦେଶର ସୀତାପୁରରେ ଏକ ମାଙ୍କଡ଼ ଟଙ୍କା ଚୋରି କରି ରେଜିଷ୍ଟ୍ରୀ କାର୍ଯ୍ୟାଳୟ ବାହାରେ କରେନ୍ସି ନୋଟ୍ ଫିଙ୍ଗିଥିବାର ଦେଖାଯାଇଥିଲା। ମାଙ୍କଡ଼ଟି ଜଣେ ବରିଷ୍ଠ ନାଗରିକଙ୍କଠାରୁ ୪ଲକ୍ଷ ଟଙ୍କା ଥିବା ବ୍ୟାଗ୍ ଛଡାଇ ନେଇଥିଲା। ପରେ ଗଛ ଉପରେ ଚଢିଯାଇ ପ୍ରାୟ ୧୦-୧୨ହଜାର ଟଙ୍କା ଉଡାଇଥିଲା। ଏହି ସମୟରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଜମାହୋଇ ମାଙ୍କଡ଼ଠାରୁ ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରି ଶେଷରେ ସଫଳ ହୋଇଥିଲେ। ଘଟଣା ସମ୍ପର୍କରେ ସହରର କୋତୱାବି ଥାନାରେ ମାମଲା ରୁଜୁ ହୋଇଛି।