ନୂଆଦିଲ୍ଲୀ,ଏଜେନ୍ସି: ଏନଆଇଏ ତରଫରୁ ପାକିସ୍ତାନ ସହିତ ଜଡିତ ଥିବା କିଛି ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଆଜି ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହି ମଧ୍ୟରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବେଆଇନ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ସହିତ କେତେକ ବ୍ୟକ୍ତି ଜଡ଼ିତ ହେଉଥିବା ନେଇ ଗତ ୨ ଦିନ ତଳେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଆଧାର କରି ଏନଆଇଏ ଚଢ଼ଉ କରିଛି।
ସୂଚନା ଅନୁସାରେ ପାକିସ୍ତାନ ସହଜରେ ପ୍ରଭାବିତ ହେଉଥିବା ମୁସଲମାନ ବ୍ୟକ୍ତିଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ଟାର୍ଗେଟ କରୁଛି, ଏବଂ ତାଙ୍କୁ ଆତଙ୍କବାଦୀ ସଂଗଠନରେ ସହିତ ସାମିଲ କରାଉଛି। ଏଥିସହିତ ସେମାନଙ୍କୁ ଅନଲାଇନରେ ତାଲିମ ଦେଉଛି। ଏପରିକି ସ୍ଥାନୀୟ ଅଞ୍ଚଳରେ ଆକ୍ରମଣ ପାଇଁ ମଧ୍ୟ ପ୍ରେରିତ କରୁଛି। ଏନେଇ ସୂଚନା ମିଳିବା ପରେ ଅଧିକ ତଥ୍ୟ ପାଇଁ ଏନଆଇଏ ସନ୍ଧାନୀ କୁକୁର ସହ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟର ୧୦ଟି ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଛି।