ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ

  • ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ ଏବେ ବି କରୋନା ସହ ଲଢ଼େଇ କରୁଛନ୍ତି। ଭାରତରେ ୩ୟ ଲହରର ସମ୍ଭାବନା ଦେଖାଦେଲାଣି। ଏସବୁ ଭିତରେ ଦକ୍ଷିଣ ଆଫ୍ରିକାର ସମେତ ବିଶ୍ୱର ଅନେକ ଦେଶରେ କରୋନାର ଆଉ ଏକ ଭୟଙ୍କର ଭାରିଏଣ୍ଟ ସାମ୍ନାକୁ ଆସିଛି। କୁହାଯାଉଛି ଏହି ଭାରିଏଣ୍ଟ ପୂର୍ବାପେକ୍ଷା ଅଧିକ ସଂକ୍ରାମକ ଏବଂ ଏହି ଭାକସିନରୁ ମିଳିବାକୁ ଥିବା ସୁରକ୍ଷାକୁ ମଧ୍ୟ ଚକମା ଦେଇପାରେ।
  • ଦକ୍ଷିଣ ଆଫ୍ରିକାରେ ନାଶନାଲ ଇନଷ୍ଟିଚ୍ୟୁଟ୍ ଫର କମ୍ୟୁନିକେବଲ ଡିଜିଜ ଓ କ୍ୱାଜୁଲି ନେଟଲ ରିସର୍ଚ୍ଚ ଇନୋଭେସନ ଏଣ୍ଡ ସିକ୍ୱେନ୍ସିଂ ପ୍ଲାଟଫର୍ମର ବୈଜ୍ଞାନିକଙ୍କ ଦାବି ଯେ, କରୋନାର ସି.୧.୨ ଭାରିଏଣ୍ଟ ସର୍ବପ୍ରଥମେ ମେ’ ମାସରେ ସାମ୍ନାକୁ ଆସିଥିଲା। ଏହାପରେ ଅଗଷ୍ଟ ସୁଦ୍ଧା ଚୀନ୍, କଙ୍ଗୋ, ଇଂଲଣ୍ଡ, ନ୍ୟୁଜଲାଣ୍ଡ, ପର୍ତୁଗାଲ ଓ ସ୍ୱିଜରଲାଣ୍ଡରେ ଏହାର କେସ୍ ଦେଖିବାକୁ ମିଳିଛି। ବୈଜ୍ଞାନିକଙ୍କ ମତରେ ଦକ୍ଷିଣ ଆଫ୍ରିକାରେ କରୋନାର ପ୍ରଥମ ଲହର ସମୟରେ ମିଳିଥିବା ଭାରିଏଣ୍ଟ ମଧ୍ୟରୁ ସି.୧ ଭାରିଏଣ୍ଟର ତୁଳନାରେ ସି.୧.୨ଏ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି କାରଣରୁ ଏହି ଭାରିଏଣ୍ଟକୁ ଭାରିଏଣ୍ଟ ଅଫ୍  ଇଣ୍ଟ୍ରେଷ୍ଟ ଶ୍ରେଣୀରେ ରଖାଯାଇଛି।