ମନୋହର ପାରିକରଙ୍କ ପୁଅକୁ ବିଜେପି ଦେଲାନି ଟିକେଟ, କେଜ୍ରିୱାଲ ଦେଲେ ଅଫର

ନୂଆଦିଲ୍ଲୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକରଙ୍କୁ ବିଜେପି ଟିକେଟ ପ୍ରଦାନ କରିନାହିଁ । ପାଣାଜୀରୁ ନିର୍ବାଚନ ଲଢ଼ିବା ପାଇଁ ଉତ୍ପଲ ବିଜେପିକୁ ଟିକେଟ ମାଗିଥିଲେ । ହେଲେ ବିଜେପି ଜାରି କରିଥିବା ୩୪ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକାରେ ଉତ୍ପଲଙ୍କୁ ସ୍ଥାନ ମିଳିନାହିଁ ।

ବିଜେପି କହିଛି ଯେ, ଉତ୍ପଲ ପାରିକରଙ୍କୁ ୪ଟି ଅନ୍ୟ ବିକଳ୍ପ ଦିଆଯାଇଥିଲା କିନ୍ତୁ ସେ ଗ୍ରହଣ କରିନଥିଲେ ।

ଅନ୍ୟପଟେ ଉତ୍ପଲଙ୍କୁ ଟିକେଟ ନ ମିଳିବା ପରେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ପାରିକର ପରିବାର ସହ ବିଜେପି ୟୁଜ ଏଣ୍ଡ ଥ୍ରୋ ନୀତି ଆପଣାଇଛି । ମୁଁ ସର୍ବଦା ମନୋହର ପାରିକରଙ୍କୁ ସମ୍ମାନ କରିଛି । ଉତ୍ପଲ ଜୀ ଆପ୍ ସହ ଯୋଡ଼ିବା ସହ ନିର୍ବାଚନ ଲଢ଼ିବାକୁ ମୁଁ ସ୍ୱାଗତ କରୁଛି ।