କୋରାପୁଟ ଦାୟିତ୍ୱ ନେଲେ ନୂଆ ଏସପି

କୋରାପୁଟ,ଏନ୍ଏନ୍ଏସ୍: ଯୁବ ଆଇପିଏସ୍ ଅଧିକାରୀ ବରୁଣ୍ ଗୁଣ୍ଟୁପାଲ୍ଲି କୋରାପୁଟ ଏସପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କୁ ରାଜ୍ୟ ସରକାର ରାଉରକେଲା ଏସପି ଭାବେ ବଦଳି କରିଥିବାବେଳେ ଜୟପୁର ଏସଡିପିଓ ଥିବା ବରୁଣଙ୍କୁ ପଦୋନ୍ନତି ଦିଆଯାଇ କୋରାପୁଟ ଏସପି କରାଯାଇଛି।

ବିଦାୟୀ ଏସପି ଶ୍ରୀ ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ ନୂତନ ଏସପି ଶ୍ରୀ ବରୁଣଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ କୋରାପୁଟ ଜିଲ୍ଲାର ସୌନ୍ଦର୍ଯ୍ୟ ଓ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହଯୋଗକୁ ବିଦାୟୀ ଏସପି ପ୍ରଶଂସା କରିଥିଲେ। ଜିଲ୍ଲା ପୁଲିସ ପୂର୍ବରୁ ଯେପରି କାର୍ଯ୍ୟ କରୁଥିଲା ସେହି ଶୈଳୀରେ କାର୍ଯ୍ୟ କରିବ ବୋଲି ନବାଗତ ଏସପି ପ୍ରତିକ୍ରିୟା ରଖିଛନ୍ତି। ନୂତନ ଏସପି ଦାୟିତ୍ୱ ଗ୍ରହଣ କରିବା ସମୟରେ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ ଉପସ୍ଥିତ ଥିଲେ।