ପୁରୀ,ଏନ୍ଏନ୍ଏସ୍: ଗତ ସପ୍ତାହରେ ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳା ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗତ କିଛି ମାସ ହେ ଏହି ଭଳି ଭାବରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଦେଖା ଦେଉଛି। ଯାହାକୁ ନେଇ ଏବେ ଶ୍ରୀମନ୍ଦିରେ ଲାଗୁ ହେବାକୁ ଯାଉଛି ନୂଆ ଏସଓପି। ଚଳଇ ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ଚେତିଛି ଆଉ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି।
ବୈଠକରେ ପୁରୀ ଏସପି, ମନ୍ଦିର ସୁରକ୍ଷା ପ୍ରଶାସକ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ରହିଛନ୍ତି। ଶ୍ରୀମନ୍ଦିରରେ ସୁରକ୍ଷା ବୃଦ୍ଧି ଓ ସିସିଟିଭି କ୍ୟାମେରା ଲାଗିବା ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ମିଳିଛି। ବୈଠକ ପରେ ଶ୍ରୀମନ୍ଦିରର ନୂଆ ଏସଓପି ନେଇ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।