ସଇଁନ୍ତଲା,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିରୁ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ୨ହଜାର ଟଙ୍କା ଲେଖାଏଁ ମୃତକଙ୍କ ପରିବାରକୁ ଦେବାର ନିର୍ଦ୍ଦେଶ ରହିଛି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଏହା ପ୍ରହସନ ପାଲଟିଥିଲେ । ଏହି ବ୍ୟତିକ୍ରମ ଉପରେ ରୋକ ଲଗାଇ ଘୁନସର ନବନିର୍ବାଚିତ ସରପଞ୍ଚ ଅନୁରାଧା ସେଠ ପ୍ରଥମଥର ପାଇଁ ଘୁନସର ଗ୍ରାମରେ ଥାବର କୁମ୍ଭାରଙ୍କ ଅକାଳ ବିୟୋଗରେ ତାଙ୍କ ମା’ଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା କରିଛନ୍ତିି । ଏହି ସମୟରେ ସରପଞ୍ଚଙ୍କ ପ୍ରତିନିଧି ଚମ୍ପୁ ସେଠ ଏବଂ ସ୍ଥାନୀୟ ନାଏବ ସରପଞ୍ଚ ଉପସ୍ଥିତ ଥିଲେ ।