ଆସନ୍ତା ୧୮ରୁ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ୧୮ ତାରିଖରୁ ସାମ୍ବାଦିକମାନେ ଲୋକସେବା ଭବନ ଯାଇପାରିବେ । ହେଲେ କେବଳ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ହିଁ ଯିବାକୁ ଅନୁମତି ମିଳିବ । କୋଭିଡ କଟକଣା ହଟିବା ଯୋଗୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ସାଧାରଣ ଲୋକଙ୍କ ପାଇଁ ରିସେପ୍ସନ କାଉଣ୍ଟର ଖୋଲିବ ବୋଲି ଜଣାପଡ଼ିଛି ।