ରାମନାଗୁଡ଼ା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାରେ ନୂଆ ଥାନାଧିକାରୀ ଭାବେ ସୁନୀତା ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ପୂର୍ବରୁ ପୁଟାସିଂ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ । ରାମନାଗୁଡ଼ାରେ ନୂତନ ଥାନା ପ୍ରତିଷ୍ଠା ହେବା ପରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସୁନୀତାଙ୍କ କର୍ତ୍ତବ୍ୟନିଷ୍ଠା ନିମନ୍ତେ ତାଙ୍କୁ ଏହି ସ୍ଥାନରେ ଅବସ୍ଥାପିତ କରିଛନ୍ତି । ରାମନଗୁଡ଼ା ଛକ ନିକଟରେ ବିପର୍ଯ୍ୟସ୍ତ ଟ୍ରାଫିକ ସଜାଡ଼ିବା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା, ଚୋରି ଓ ଗଞ୍ଜେଇ ଚୋରା ଚାଲାଣ ଆଦି ରୋକିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ସୁନୀତା ପ୍ରକାଶ କରିଛନ୍ତି । ଏହି ସମୟରେ ରାମନାଗୁଡ଼ା ଥାନା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।