ଭବାନୀପାଟଣାରେ ନୂତନ ଜିଲ୍ଲା ପୁଲିସ ମୁଖ୍ୟାଳୟ ଉଦ୍‍ଘାଟିତ

ଭବାନୀପାଟଣା,ଏନ୍ଏନ୍ଏସ୍: ଭବାନୀପାଟଣାରେ ଜିଲ୍ଲା ପୁଲିସ ମୁଖ୍ୟାଳୟର ନୂତନ ଗୃହ ଉଦ୍‍ଘାଟନ ହୋଇଯାଇଛି। ତେବେ ଏହି ଗୃହକୁ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉଦ୍‍ଘାଟନକରିଥିବାବେଳେ ଏଥିରେ ସମ୍ମାନିତ ଅତିଥିଭାବେ ପୁଲିସ ମହାନିର୍ଦ୍ଦେଶକ ବିଜୟକୁମାର ଶର୍ମା ଯୋଗଦେଇଥିଲେ।

ଏଥି ସହିତ ଏଡିଜେ, କଳାହାଣ୍ଡି ବି ଗଙ୍ଗାଧର ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇଥିଲେ। ଏହି ସମୟରେ ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାୟକଙ୍କ ଡକାଯାଇ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବଂ ତାହା ବିଜେଡିର ଦଳୀୟ କାର୍ଯ୍ୟକ୍ରମ ବୋଲି କଟାକ୍ଷ କରିଛନ୍ତି।