ବସରେ ସିଟ୍ ନମିଳିବାରୁ ଧାରଣାରେ ବସିଲେ ଭାଇ ଭଉଣୀ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଇଚ୍ଛାପୁର ଛକରେ ରବିବାର ୨ଜଣ ଭାଇ ଓ ଭଉଣୀ ବସରେ ସିଟ ନମିଳିବାରୁ ଧାରଣାରେ ବସିଥିଲେ। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ।

ସୂଚନା କ୍ରମେ ଚାନ୍ଦବାଲିରୁ ଏକ ଘରୋଇ ବସରେ ଉକ୍ତ ଭାଇ ଭଉଣୀ ଘରକୁ ଫେରୁଥିଲେ। ତେବେ ବସ କଣ୍ଡକ୍ଟର ଜଣଙ୍କ ତାଙ୍କୁ ସିଟ ଦେବାକୁ କହି ସିଟ ଦେଇନଥିଲେ। ଫଳରେ ବସଟି ଇଚ୍ଛାପୁରରେ ପହଞ୍ଚିବା ପରେ ଭାଇ ଓ ଭଉଣୀ ବସରୁ ଓହ୍ଲାଇ ଆସି ଧାରଣାରେ ବସିଥିଲେ।

ଫଳରେ ଘଣ୍ଟାଏ ପର୍ଯ୍ୟନ୍ତ ବସଟି ସେଠାରେ ଅଟକି ରହିଥିଲା ଯାହାଦ୍ୱାରା ଯାତ୍ରୀମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାଇ ଓ ଭଉଣୀଙ୍କୁ ଆନ୍ଦୋଳନରୁ ହଟାଇବାପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।