ଜୈବିକ ଆତଙ୍କ: ଆତଙ୍କର ନୂଆ ନାଁ ସିଡ ଟେରୋରିଜମ

ନୂଆଦିଲ୍ଲୀ,ଏଜେନ୍ସି: ଭାଇରସ ପରେ ଟାର୍ଗେଟରେ ଚାଷ। ବର୍ତ୍ତମାନ ଦେଶରେ ଆତଙ୍କର ଆଉ ଏକ ନୂତନ ପନ୍ଥା ଦେଖାଯାଇଛି। ଆତଙ୍କର ନାଁ ‘ସିଡ ଟେରୋରିଜମ’ ବୋଲି କୁହାଯାଉଛି। ଜୈବିକ ଆତଙ୍କ ସୃଷ୍ଟି କରିବା ପାଇଁ ବର୍ତ୍ତମାନ ବଜାରକୁ ଆସିଛି ବିହନ ପ୍ୟାକେଟ। ତେବେ ଏହି ବିହନ ପ୍ୟାକେଟ ବିନା ଅର୍ଡରେ ଆସୁଛି। ଏହାକୁ ଜମିରେ ବୁଣିଲେ ଫସଲରେ ରେଗ ସୃଷ୍ଟି ହେବା ସହ ଜମିର ଉର୍ବରତା ହ୍ରାସ ପାଇବା ସହ ଏହା ମାଟିକୁ ସମ୍ପୂର୍ଣ୍ଣ ଖରାପ କରିଦେବ।

ଫଳରେ ଆଗାମୀ ଦିନରେ ଏହା ପରିବେଶ ଓ ଚାଷ ପ୍ରତି ବଡ଼ ବିପଦ ସୃଷ୍ଟି କରିବ। ଏନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ତେବେ ଏଭଳି ଅଜୈବିକ ଓ ପରିବେଶ ଖିଲାପୀ କାମ ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇନାହିିଁ।
ସାରା ବିଶ୍ବରେ ବୁଲୁଛି ଏହି ସନ୍ଦେହଜନକ ବିହନ। ଆମେରିକା, ୟୁରୋପ, ଜାପାନ, ନ୍ୟୁଜିଲାଣ୍ଡ, ଲଣ୍ଡନ, କାନାଡା ଭଳି ଦେଶରେ ମଧ୍ୟ ଏହି ବିହନ ପ୍ୟାକେଟ ଦେଖାଯାଇଛି। ଏନେଇ ସବୁ ରାଜ୍ୟକୁ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।