ଟିଟିଲାଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଝାରଦେବାରେ ଟିଟିଲାଗଡ଼ ବ୍ଲକ ଯାଦବ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଯାଦବ ମହାସଭା ସଭାପତି ଘିନୁ ଆଡଯୁଆଡ, ସମ୍ପାଦକ ଘନଶ୍ୟାମ ପୋଢ଼, ପିତବାସ ଚିନାଗୁରଙ୍କ ସମେତ ବ୍ଲକ ଅନ୍ତର୍ଗତ ୨୪ଟି ପଞ୍ଚାୟତର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନୂତନ କମିଟି ନିର୍ବାଚିତ ହୋଇଛି । ସଭାପତି ଭାବେ ବିନୋଦ ବିହାରି ବଗର୍ତ୍ତି, ଉପସଭାପତି ଶାନ୍ତନୁ ବଗର୍ତ୍ତି, ସମ୍ପାଦକ ଜୟରାମ ଚନ୍ଦନ, ସହସମ୍ପାଦକ ପ୍ରବୀଣ ବଗର୍ତ୍ତି ଓ କୋଷାଧ୍ୟକ୍ଷ ରୂପଧର ଘିବେଲା ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ବ୍ଲକ କମିଟିର କାର୍ଯ୍ୟକାରିଣୀ ସଭ୍ୟ ଭାବେ ଭୁବନେ ବାଗ, ଆଦିକନ୍ଦ ପୌଢ଼, ହରିଶ୍ଚନ୍ଦ୍ର ବିଶି, ସତ୍ୟ ବନଛୋର, ପୁଲସ୍ତି ବିଶି, ଦୁଃଖୀ ବଗର୍ତ୍ତି, ଗୁଣନିଧି ଖର୍ସେଲ, ଜିତେନ୍ଦ୍ର ବଗର୍ତ୍ତି, ରଧେଶ୍ୟାମ ପୌଢ଼, ଦୁଲମଣୀ ବଗର୍ତ୍ତି, ବେଣୁ ଭୋଇ, ଅନିରୁଦ୍ଧ ସୁନାନୀ, ହରିଶ୍ଚନ୍ଦ୍ର ଭୋଇ, ଶଙ୍କର ଖର୍ସେଲ, ଯୁବ ଯାଦବ ସଭାପତି ଭାବରେ ରଞ୍ଜିତ ଆଡ଼ଯୁଆଡ଼ ଓ ସମ୍ପାଦକ ଛନ୍ଦା ଚରଣ ପାୟସିଂ ଉପସ୍ଥିତ ଥିଲେ । ସେହିପରି ୮ ନମ୍ବର ଜୋନ କାର୍ଯ୍ୟକାରୀ ସଭାପତି ଭାବରେ କେଶବ ଆଡଯୁଆଡ, ସମ୍ପାଦକ ପ୍ରଦୀପ ନାଗ ଓ ସମ୍ପାଦକ ଲଲିତ ପୌଢ଼ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଶେଷରେ ଧରମ ସିଂ ଯାଦବ ସଂଘକୁ ସୁୁଦୃଢ଼ କରିବାକୁ ପରାମର୍ଶ ଦେବା ସହ ଧନ୍ୟବାଦ ଦେଇଥିଲେ ।