ଟିଟିଲାଗଡ଼,ଏନ୍ଏନ୍ଏସ୍: ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ରେଡକ୍ରସ ରକ୍ତ ଭଣ୍ଡାରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂଯୋଜକ ନର ସିଂ ଓ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପବିତ୍ର ସାହୁଙ୍କ ସମେତ ୩୭ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଦଳର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଉପସଭାପତି ଲିଙ୍ଗରାଜ ନାୟକ, ଆଦିବାସୀ ମୋର୍ଚ୍ଚା ସଭାପତି ଅଶୋକ ଭୋଇ, ବିଜୟ ବଗର୍ତ୍ତି, ସୋହେଲ ଖାନ, ଧୁବଲେ ପୌଢ଼, ପ୍ରକାଶ ସାହୁ, ନିର୍ମଲ ବେହେରା, ଦେବହରି ସୁନା, ସତ୍ୟ ନାରାୟଣ ଭୋଇ ଓ କେଶରି ସାହୁଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ । ରକ୍ତଦାନ ଭଳି ମହାନ କାର୍ଯ୍ୟ ନେଇ ରକ୍ତଦାତାଙ୍କୁ ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ ଫୋନ ଯୋଗେ ଶୁଭେଚ୍ଛା ଜଣାଇଥିଲେ । ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ଡା. କୃଷ୍ଣଚନ୍ଦ୍ର ପାଳ, ବିଶେଷଜ୍ଞ ଗଜେନ୍ଦ୍ରନାଥ ରାଉତ, ପଦ୍ମିନୀ ସାହୁ, ଜିତେନ୍ଦ୍ର ପଣ୍ଡା ଓ ଜୟରାମ ମଚ୍ଛଖଣ୍ଡ ରକ୍ତ ସଂଗ୍ରହ କରିଥିଲେ ।