ନୂଆ ରୂପ ନେବ ବରମୁଣ୍ଡା ବସ୍ ଷ୍ଟାଣ୍ଡ୍

୨ ବର୍ଷରେ ଖର୍ଚ୍ଚ ହେବ ୧୬୦ କୋଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ବରମୁଣ୍ଡା ଠାରେ ଏକ ଉନ୍ନତମାନର ଆର୍ନ୍ତରାଜ୍ୟ ବସ୍ ଟର୍ମିନାଲ ଓ ଖଣ୍ଡଗିରି ଠାରେ ଏକ ବସ୍ ଡିପୋଟ୍ ନିର୍ମାଣ କରିବାପାଇଁ ଇପିସି ଟେଣ୍ଡର ଫଳାଫଳକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ସରକାରଙ୍କ ନିଷ୍ପତି ମୁତାବକ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏହାର ନିର୍ମାଣ କାର୍ୟ୍ୟ ପାଇଁ ସ୍ୱଚ୍ଛ ଇପିସି ଟେଣ୍ଡର ମାଧ୍ୟମରେ ଭାରତ ସରକାରଙ୍କ ଅଧୀନସ୍ଥ ର୍ସଂସ୍ଥା ମେସର୍ସ ବ୍ରିଜ୍ ଓ ରୁଫ୍ କମ୍ପାନୀ ଇଣ୍ଡିଆ ଲିମିଟେଡ୍ ନାମକ ଏକ ସଂସ୍ଥାକୁ ଏଲ ୧ ବିଡର ହିସାବରେ ୧୬୦ କୋଟି ୬୬ ଲକ୍ଷ ୫୪ ହଜାର ଟଙ୍କାରେ କାର୍ୟ୍ୟ ସମ୍ପୂର୍ଣ୍ଣ କରିବାପାଇଁ ବିବେଚିତ କରାଯାଇ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।

ଏହି ପ୍ରକଳ୍ପ ନିର୍ମାଣ କାର୍ୟ୍ୟକୁ ୨୪ ମାସ ମଧ୍ୟରେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବରମୁଣ୍ଡାରେ ୧ ଲକ୍ଷ ୩୧ ହଜାର ୭୧୩ ବର୍ଗପୁଟରେ ଟର୍ମିନାଲ ନିର୍ମାଣ କରାଯିବ, ବ୍ୟବସାୟିକ ସ୍ଥାନ ପାଇଁ ୧ ଲକ୍ଷ ୭୦ ହଜାର ୯୧୨ ବର୍ଗଫୁଟ, ୩୫ଟି ବସ୍ ବେ ଓ ୧୯୦ଟି ବସ୍ ପାର୍କିଂ ସ୍ଥାନ ରହିବ ।

ଏହା ବ୍ୟତୀତ ଜନସାଧାରଣଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରିଚକିଆ ଯାନ ଓ ୧୭୫ ଦୁଇ ଚକିଆ ଯାନର ପାର୍କିଂ ବ୍ୟବସ୍ଥା କରାଯାଇଥିବା କ୍ୟାବିନେଟ୍ ବୈଠକରୁ ଜଣାଯାଇଛି ।