ପାଟଣାଗଡ଼ରେ ନୂତନ ଏଚଡିଏଫସି ବ୍ୟାଙ୍କ ଉଦଘାଟିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ସହରରେ ଏକ ନୂତନ ଏଚଡିଏଫସି ବ୍ୟାଙ୍କ ଉଦଘାଟିତ ହୋଇଯାଇଛି । ଏହି ନୂତନ ଶାଖାକୁ ପାଟଣାଗଡ଼ ବିଡିଓ ସୁମନ୍ତ କୁମ୍ଭାର ଫିତା କାଟିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଛନ୍ତି । ଏହି ଶାଖା ଓଡ଼ିଶାର ୧୯୭ତମ ବ୍ରାଞ୍ଚ ହୋଇଥିବାବେଳେ ବଲାଙ୍ଗିର ଜିଲ୍ଲାରେ ସର୍ବମୋଟ ୬ଟି ଶାଖା ଅଛି ବୋଲି କ୍ଲସ୍ତର ମୁଖ୍ୟ ଅଂଶୁମାନ ଭୁଜବଲ ସୂଚନା ଦେଇଛନ୍ତି । ଏହି ବ୍ୟାଙ୍କ ଗ୍ରାହକଙ୍କୁ ଲକର ସୁବିଧା ସହ ସମସ୍ତ ପ୍ରକାର ଋଣ ପ୍ରଦାନ କରିବ ବୋଲି ବ୍ୟାଙ୍କ ମ୍ୟାନେଜର ସନ୍ଦୀପ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବଣିିକ ସଂଘର ସଭାପତି, କିଛି ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।