ରାଜ୍ୟ ତଥା ରାଜ୍ୟବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଜରି ହେଲା ନୂତନ ଗାଇଡଲାଇନ, ଆସିବା ପୂର୍ବରୁ ଦେବେ ଅଣ୍ଡରଟେକିଂ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରବାସୀମାନଙ୍କ ଦେଶକୁ ଫେରିବାକୁ ନେଇ ଗାଇଡଲାଇନ ଜାରି ହୋଇଛି। ଏଥିରେ ଅନ୍ୟ ଦେଶରୁ ଆସୁଥିବା ପ୍ରବାସୀମାନେ ନିଜକୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖିବାକୁ ପଡ଼ିବ। ଯଦି ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ତେବେ ସେମାନେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେବେ। ଏହି ନିୟମକୁ ବିମାନ ଯାତ୍ରା, ରେଳଯାତ୍ରା ଓ ଆନ୍ତରାଜ୍ୟରୁ ଆସୁଥିବା ପ୍ରବାସୀମାନେ ବାଧ୍ୟତାମୂଳକ ପାଳନ କରିବେ। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କେବଳ ଲକ୍ଷଣ ନଥିବା ଯାତ୍ରୀ ହିଁ ଯାତ୍ରା କରିପାରିବେ।

ସେହିପରି ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରବେଶ ପୂର୍ବରୁ ଯାତ୍ରୀମାନେ ପହଞ୍ଚିବା ପରେ ବାଧ୍ୟତାମୂଳକ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ନେଇ ଅଣ୍ଡରଟେକିଂ ଦେବେ। ସେଥିରେ ୭ ଦିନ ସେମାନେ ନିଜ ଖର୍ଚ୍ଚରେ କ୍ୱାରେଣ୍ଟାଇନରେ ରହିବେ ଓ ଅର ୭ଦିନ ସରକାରୀ ଖର୍ଚ୍ଚରେ କ୍ୱାରେଣ୍ଟାଇନରେ ରହିବେ। ଅନ୍ୟପଟେ ଗର୍ଭବତୀ ମହିଳା, ପରିବାରରେ କେହି ମୃତ୍ୟୁ ଘଟିଥିଲେ, ପରିବାରରେ କେହି ଗମ୍ଭୀର ରୋଗରେ ପୀଡ଼ିତ ଥିଲେ, କାହାର ୧୦ ବର୍ଷ ତଳର ପିଲା ଥିଲେ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିପାରିବେ। ତେବେ ସେମାନେ ଆରୋଗ୍ୟ ସେତୁ ଆପରେ ରେଜିଷ୍ଟର କରି ପ୍ରତିଦିନର ଅପଡେଟ ଦେବେ।

ଯେଉଁମାନଙ୍କ ଠାରେ ଲକ୍ଷଣ ଦେଖାଯିବ ସେମାନେ ନିକଟସ୍ଥ ସ୍ୱାସ୍ଥ୍ୟ ସେବାରେ ସୂଚନା ଦେବେ। ସେମାନଙ୍କୁ କ୍ଲିନିକାଲ ଟେଷ୍ଟ କରାଯିବ। ସେହିପରି ଯେଉଁମାନଙ୍କ ଠାରେ ଅଧିକ ଲକ୍ଷଣ ଦେଖାଯିବ ସେମାନେ ପ୍ରସ୍ତୁତ କରାଯାଇଥିବା କୋଭିଡ ସେଣ୍ଟରର ନିର୍ଦ୍ଦେଶ ଅନୁସାରେ କ୍ୱାରେଣ୍ଟାଇନରେ ରହିବେ। ଗୁରୁତର ଲକ୍ଷଣ ଥିବା ବ୍ୟକ୍ତିମାନେ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି ହେବେ ଓ ସେଠାରେ ଆଇସିଏମଆର ଗାଇଡଲାଇନ ଅନୁସାରେ ସେମାନଙ୍କୁ ଟେଷ୍ଟ କରାଯିବ।