ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଏବେ କରୋନା ଭାଇରସ ସଂକ୍ରମଣ ମାମଲାରେ କ୍ରମାଗତ ହ୍ରାସ ହେଉଛି। ମେ ମାସରେ ଯେଉଁଠି ଦୈନିକ ୪ ଲକ୍ଷ ପାଖାପାଖି ନୂଆ ମାମଲା ସାମ୍ନାକୁ ଆସୁଥିଲା ସେଠି ବର୍ତ୍ତମାନ ସେହି ସଂଖ୍ୟା ହ୍ରାସ ପାଇ ଲକ୍ଷେ ପାଖାପାଖି ପହଞ୍ଚିଛି।
ଏଭଳି ସ୍ଥିତିରେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ଆଣ୍ଟିପାଇରେଟିକ ଓ ଆଣ୍ଟିଟ୍ୟୁସିଭକୁ ଛାଡି ଅନ୍ୟ ସମସ୍ତ ଔଷଧକୁ ଲିଷ୍ଟରୁ ବାଦ ଦିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମେ’ ୨୭ରେ ଜାରି କରାଯାଇଥିବା ଗାଇଡଲାଇନ ଆଧାରରେ ବିନା ଲକ୍ଷଣ ଓ ସାମାନ୍ୟ ଲକ୍ଷଣ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପକ୍ଷରୁ ଦିଆଯାଉଥିବା ହାଇଡ୍ରୋକସିଲକ୍ଲୋରୋକୁଇନ, ଆଇଭରମେକ୍ଟିନ, ଆକ୍ସିସାଇକ୍ଲିନ, ଜିଙ୍କ, ମଲଟିଭିଟାମିନ ଓ ଅନ୍ୟ ଔଷଧକୁ ବନ୍ଦ କରିଦିଆଯାଇଛି। ଏବେ ଏହାକୁ କେବଳ ଜ୍ୱର ପାଇଁ ଆଣ୍ଟିପାଇରେଟିକ ଓ ଥଣ୍ଡା ଲକ୍ଷଣ ପାଇଁ ଆଣ୍ଟିଟ୍ୟୁସିଭ ଦିଆଯିବ।
ଗାଇଡଲାଇନ ଆଧାରରେ ଡାକ୍ତରମାନେ ରୋଗୀଙ୍କୁ ଅନାବଶ୍ୟକ ଟେଷ୍ଟ ବନ୍ଦ କରିବା ପାଇଁ ମଧ୍ୟ କହିଛନ୍ତି। ଏଥିରେ ସିଟିସ୍କାନ ମଧ୍ୟ ସାମିଲ ରହିଛି। କରୋନାରୁ ବଞ୍ଚିବା ପାଇଁ ଲୋକଙ୍କୁ ସାମାଜିକ ଦୂରତା, ମାସ୍କ ସହିତ ହାତ ଧୋଇବାର ପରାମର୍ଶ ମଧ୍ୟ ଦିଆଯାଇଛି। ଏହା ସହିତ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହେଉଛନ୍ତି ତେବେ ଫୋନରେ କନସୋଲେସନ ନେବା ଓ ପୃଷ୍ଟିକର ଖାଦ୍ୟ ଖାଇବାର ମଧ୍ୟ ପରାମର୍ଶ ଦିଆଯାଇଛି।