ଡେରାଡୁନ,ଏଜେନ୍ସି: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ପୁଣି ବଢିଲା ଲକଡାଉନ। ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର। ଏନେଇ ନୂତନ ଗାଇଡଲାଇନ ମଧ୍ୟ ଜାରି ହୋଇଛି। ଗାଇଡଲାଇନ ଅନୁଯାୟୀ ଜୁନ ୯ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଷ୍ଟୋର ଗୁଡିକ ସକାଳ ୮ରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।
ପୂର୍ବ ତୁଳନାରେ ଏହି ସପ୍ତାହରେ ସରକାର ଅଧିକ ଛାଡ ଦେଇଛନ୍ତି। ଏହି ସପ୍ତାହରେ ଦୁଇ ଦିନ ପାଇଁ ଖୁଚୁରା ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ ମଦ ଦୋକାନ ୩ ଦିନ ପାଇଁ ଖୋଲାଯିବ।