ନନ୍ଦନକାନନରେ ନୂଆ ଅତିଥୀ: ଜନ୍ମନେଲା ଜଳହସ୍ତୀ ଶାବକ

ବାରଙ୍ଗ,ଏନ୍ଏନ୍ଏସ୍: ନନ୍ଦନକାନନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୁଆଡ ନଂ ୬୩ରେ ରହୁଥିବା ମାଇ ଜଳହସ୍ତୀ ଶନିବାର ଏକ ଶାବକ ଜନ୍ମ ଦେଇଛି। ଯାହା ଫଳରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୪ ପୁରୁଷ ୬ ଟି ମାଈ ଏବଂ ଗୋଟିଏ ନବଜାତକ ଶାବକ ରହିଛି। ନନ୍ଦନକାନନ କାଞ୍ଜିଆ ହ୍ରଦକୁ ଲାଗି ରହିଥିବା ଜଳ ହସ୍ତି ପୁଷ୍କରଣୀରେ, ଜଳହସ୍ତୀଙ୍କ ବଂଶ ଆଶା ଜନକ ଭାବେ ବୃଦ୍ଧି ପାଉଛି।

ଯାହା ଫଳରେ ଗତ କିଛି ବର୍ଷ ହେଲା ଏଠାରୁ କ୍ରମାଗତ ଭାବେ ଜଳ ହସ୍ତି ଅନ୍ୟତ୍ର ଦିଆ ଯାଇ ବିଭିନ୍ନ ଜୀବଜନ୍ତୁ ଅଣାଯାଇଛି। ଗତ ୨୦୧୪ ମସିହାରେ ପାଟନା ଚିଡିଆଖାନା ୨ଟି , ୨୦୧୮ମସିହାରେ ରାୟପୁର ଚିଡିଆଖାନା ୨ଟି, ଏହାପରେ ଗତ ୨୦୧୯ ମସିହାରେ ଇନ୍ଦୋର ଚିଡିଆଖାନାକୁ ୨ଟି ଲେଖାଏଁ ଜଳହସ୍ତୀ ଦିଆଯାଇ ସେଠାରୁ ବିଭିନ୍ନ ଜୀବଜନ୍ତୁ, ନନ୍ଦନକାନନ ଅଣାଯାଇ ପାରିଛି।