ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୯ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୦୦ ଜଣ ସଂକ୍ରମିତ ଥିବା ବେଳେ କ୍ୱାରେଣ୍ଟାଇନରୁ ୪୯୬ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦,୯୩୭ରେ ପହଁଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୯,୮୪,୨୨୪ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ କରୋନା ସଂକ୍ରମଣ କମିବାର ଲାଗିଥିଲେ ମଧ୍ୟ ମୃତ୍ୟୁରେ ବ୍ରେକ୍ ଲାଗି ପାରୁ ନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। କଟକ ଏବଂ ଜଗତସିଂହପୁରରୁ ୧୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଢେଙ୍କାନାଳରୁ ୧ ଜଣ,କେନ୍ଦ୍ରାପଡାଏବଂ ଅନୁଗୁଳରୁ ୮ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୫୮ରେ ପହଁଞ୍ଚିଛି।

ଗତ ୨୪ ଘଣ୍ଟାରେ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୪୬,ବରଗଡ ୧୨, ଭଦ୍ରକ ୧୮, ବଲାଙ୍ଗିର ୨, କଟକ ୧୪୦, ଦେବଗଡ ୧୩, ଢେଙ୍କାନାଳ ୯, ଗଜପତି ୧, ଗଞ୍ଜାମ ୧୧, ଜଗତସିଂହପୁର ୩୨, ଯାଜପୁର ୩୩, ଝାରସୁଗୁଡା ୨, କାଲାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୨୧, କେନ୍ଦୁଝର ୧୬, ଖୋର୍ଦ୍ଧା ୨୮୬, କୋରାପୁଟ ୩, ମାଲକାନଗିରି ୧, ମୟୂରଭଞ୍ଜ ୨୧, ନୟାଗଡ଼ ୨୨, ପୁରୀ ୩୫, ରାୟାଗଡା ୪, ସମ୍ବଲପୁର ୧୯, ସୋନପୁର ୧, ସୁନ୍ଦରଗଡ ୧୨ ଏବଂ ରାଜ୍ୟ ପୁଲରୁ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।