ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନୂଆ ଚେହେରା ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମନ୍ଥନ ଜାରୀ ରହିଛି। ବିଜେପି ନୂଆ ମୁହଁକୁ ମୁଖ୍ୟମନ୍ତ୍ରୀ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ବିଧାନସଭା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ।

ଅନ୍ୟପଟେ ମଧ୍ୟପ୍ରଦେଶରେ ପୂର୍ବରୁ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ପାର୍ଟି ଯେଉଁ ବି ଦାୟିତ୍ୱ ଦିଏ ଆମେ ତାକୁ ପୂରଣ କରିଥାଉ । ଯିଏ ନିଜ ବିଷୟରେ ଚିନ୍ତା କରିଥାଏ ସେ ଭଲ କାର୍ଯ୍ୟକର୍ତ୍ତା ନୁହେଁ । କାର୍ଯ୍ୟକର୍ତ୍ତା ହିସାବରେ ଯେଉଁ ବି କାମ ଦିଆଯାଏ ତାହା ସଫେଇ ହେଉ କି ସରକାର ଚଲାଇଇବା କୌଣସି ବି କାମ ହେଲେ ଆମେ କରିଥାଉ ଏବଂ ଆଗକୁ ମଧ୍ୟ କରିବୁ ।