ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ କୋଭିଡ ଗାଇଡଲାଇନ: ଶନିବାର, ରବିବାର ସଟଡାଉନ

ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନୂଆ କୋଭିଡ ଗାଇଡଲାଇନ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମଗ୍ର ଜିଲ୍ଲାରେ ଜୁଲାଇ ମାସର ଶନିବାର ଓ ରବିବାର ସଟଡାଉନ ରହିବ ବୋଲି ଘୋଷଣା କରାଯାଇଛି। ସେହିପରି ଅନଲକ୍-୨ ପାଇଁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ଗାଡ଼ି ଯା’ଆସ କରିପାରିବ।

ଶିକ୍ଷାନୁଷ୍ଠାନ, ଧାର୍ମିକ ସମାବେଶ, କ୍ରୀଡ଼ା କାର୍ଯ୍ୟକ୍ରମ ଆଦି ଉପରେ ପୂର୍ବପରି ପ୍ରତିବନ୍ଧକ ରହିବ। ସିନେମାହଲ, ସ୍କୁଲ କଲେଜ, ରାଜନୈତିକ ସମାବେଶ, ସାମାଜିକ ଉତ୍ସବ ମଧ୍ୟ ବନ୍ଦ ରହିବ। ଶନିବାର ଓ ରବିବାର ବ୍ୟତୀତ ଅନ୍ୟଦିନଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଆଦି ଖୋଲା ରହିବ। ଏହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି।