ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ଗ୍ରାମରମୋନହର ସାହିରୁ ଶନିବାର ସକାଳେ ଏକ ବୁଦା ମୂଳରୁ ଏକ ନବ ଜାତ ଶିଶୁପୁତ୍ରକୁ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳୁ କେତେକ ଲୋକ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ସେଠାରେ ଏକ ନବଜାତ ଶିଶୁର କାନ୍ଦ ଶୁଣିଥିଲେ। ପରେ ଖୋଜାଖୋଜି କରିବା ପରେ ଏକ ବୁଦା ମୂଳେ ଶିଶୁଟିଏ ପଡ଼ିଥିବାର ଦେଖିବାକୁ ପାଇଥିଲେ।

ସେଠାରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ଏଏନ୍‌ଏମ୍‌ ଦିଦିଙ୍କ ସହାୟତାରେ ଜିଲ୍ଳା ମୁଖ୍ୟ ଚକିତ୍ସାଳୟକୁ ନେଇଥିଲେ। ସେଠାରେ ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଏହି ଶିଶୁଟି କାହାର ଓ ଏଠାକୁ ସେ କିପରି ଆସିଲା ସେ ନେଇ କିଛି ସ୍ପଷ୍ଟୀକରଣ ହୋଇପାରିନାହିଁ। ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।