ହାଜୀ ମସ୍ତାନ କ୍ୟାରେକ୍ଟରରେ ନଜର ଆସିବେ ହ୍ରିତିକ

ମୁମ୍ବାଇ,ଏନ୍ଏନ୍ଏସ୍: ହ୍ରିତିକ ରୋଶନଙ୍କୁ ମୁମ୍ବାଇର ଡନ ହାଜୀ ମସ୍ତାନ ରୋଲ ପାଇଁ ସାଇନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସଞ୍ଜୟ । ହିତ୍ରିକଙ୍କୁ ଏହି ରୋଲ ପାଇଁ ସଞ୍ଜୟ ଲୀଲା ଭଂସାଲୀ ଅଫର୍ ଦେଇସାରିଥିବା ଜଣାଯାଇଛି। ଆଗରୁ ପରଦାରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଏହି ହାଜୀ ମସ୍ତାନ ଭୂମିକାରେ ଚମତ୍କାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ହଁ ଅଜୟ ମିଲନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ୱାନସ ଅପଅନ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ହାଜୀ ମସ୍ତାନ ଭୂମିକାରେ ଅଭିନୟ କରିଥିଲେ।

ଯଦି ହ୍ରିତିକ  ‘ଗଙ୍ଗୁବାଈ କାଠିଆଓ୍ୱାଡୀ’ ଫିଲ୍ମରେ କାମ କରିବାକୁ ରାଜି ହୁଅନ୍ତି, ତେବେ ଭଂସାଲୀଙ୍କ ସହିତ ତାଙ୍କର ଦ୍ୱିତୀୟ ଫିଲ୍ମ ପ୍ରାୟ ୯ ବର୍ଷ ପରେ ପୁଣି ଥରେ ଦୁହେଁ ଏକତ୍ର କାମ କରିବେ। ଏହା ପୂର୍ବରୁ ହ୍ରିତିକ ୨୦୧୦ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗୁଜାରିଶ ’ରେ କାମ କରିଥିଲେ।