ଘାଟି ରାସ୍ତାକଡ଼ରୁ ସଦ୍ୟ ନବଜାତ ଶିଶୁ କନ୍ୟା ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ଦେଇ ଯାଇଥିବା ଚିକିଣି ଘାଟି ନିକଟ ରାସ୍ତାକଡ଼ରୁ ଆଜି ଏକ ସଦ୍ୟ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଚିକିଣି ଘାଟି ନିକଟସ୍ଥ ରାସ୍ତା କଡରେ ଏକ ସଦ୍ୟ ନବଜାତ ଶିଶୁ କନ୍ୟା ପଡି ରହିଥିବା ସୂଚନାପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ଚାଇଲ୍ଡ ଲାଇନର କର୍ମକର୍ତ୍ତା ଉପେନ୍ଦ୍ର କୁମାର ଭଞ୍ଜ ଓ ରମାକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ୱାର୍ଡରେ ଭର୍ତ୍ତି କରିଥିଲେ। ଉଦ୍ଧାର ଶିଶୁ କନ୍ୟାର ଅଭିଭାବକଙ୍କ ପରିଚୟ ମିଳିନଥିବା ବେଳେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ସ୍ଥିର ରହିଥିବା ଜଣାପଡ଼ିଛି।