କ. ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଜୟଦେବ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଦାସ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ଆଜି ଏଠାରେ ତାଙ୍କୁ ଭାରପ୍ରାପ୍ତ ବିଡିଓ ଶରତ କୁମାର ପାତ୍ର କାର୍ଯ୍ୟଭାର ହସ୍ତାନ୍ତର କରିଛନ୍ତି । କ ନୂଆଗାଁ ବ୍ଲକର ୧୪ଟି ପଞ୍ଚାୟତରେ ଥିବା ସମସ୍ତ ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଏବିଡିଓ ପ୍ରଦୀପ କୁମାର ମହାନ୍ତି, ଜିପିଓ ଦ୍ୱାରିକାନାଥ ପ୍ରଧାନ, ଯନ୍ତ୍ରୀ ପ୍ରକାଶ କୁମାର ସେଠୀ, ମୁଖ୍ୟ କିରାଣୀ ଲବ ନାୟକ ଓ ସିପି ରାକେଶ କୁମାର ସାହୁ ପ୍ରମୁଖ ଶ୍ରୀ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।