ଇଣ୍ଡିଆ ଗେଟରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଦିନ ଅବସରରେ ଇଣ୍ଡିଆ ଗେଟରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଏହି ମୂର୍ତ୍ତି ଗ୍ରାନାଇଟରେ ପ୍ରସ୍ତୁତ କରାଯିବ । ଗ୍ରାନାଇଟ ମୂର୍ତ୍ତି ତିଆରି ହେବା ପର୍ଯ୍ୟନ୍ତ ହୋଲୋଗ୍ରାମ ମୂର୍ତ୍ତି ଲାଗିବ । ନେତାଜୀଙ୍କ ଜୟନ୍ତୀ ଅର୍ଥାତ୍ ୨୩ ତାରିଖରେ ହେଲୋଗ୍ରାମ ମୂର୍ତ୍ତି ଅନାବରଣ ହେବ ।