ଇଣ୍ଡିଆ ଗେଟରେ ଜଳିବନି ‘ଅମର ଯବାନ ଜ୍ୟୋତି’

ନୂଆଦିଲ୍ଲୀ: ଇଣ୍ଡିଆ ଗେଟରେ ଜଳୁଥିବା ଅମର ଯବାନ ଜ୍ୟୋତି ଆଉ ଜଳିବନି । ଅମର ଯବାନ ଜ୍ୟୋତି ମଶାଲକୁ ଜାତୀୟ ଯୁଦ୍ଧ ସ୍ମାରକୀକୁ ସ୍ଥାନାନ୍ତର କରାଯାଇଛି । ସମ୍ପୂର୍ଣ୍ଣ ସୈନିକ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମକୁ ଶେଷ କରାଯାଇଛି । ସେନା ଅଧିକାରୀ ଓ ଯବାନ ପ୍ରଥମେ ଅମର ଯବାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ମଶାଲକୁ ଜାତୀୟ ଯୁଦ୍ଧ ସ୍ମାରକୀକୁ ନେଇ ଯାଇଥିଲେ ।

ସୂଚନାଯୋଗ୍ୟ, ୧୯୭୧ ଭାରତ-ପାକ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ସ୍ଥାପନା କରାଯାଇଥିଲା । ଏହି ଯୁଦ୍ଧରେ ଭାରତ ବିଜୟ ହେବା ସହ ବାଙ୍ଗଲାଦେଶ ଗଠନ କରାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୨ ଜାନୁଆରୀ ୨୬ରେ ଅମର ଯବାନ ଜ୍ୟୋତିର ଉଦଘାଟନ କରିଥିଲେ ।