ବିଜେପିରେ ମିଶିବା ପରେ ଶ୍ୱଶୂରଙ୍କ ଆଶୀର୍ବାଦ ନେଲେ ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳବଦଳ କାର୍ଯ୍ୟକ୍ରମ ଜୋରଦାର ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗ ଦେବା ପରେ ଅପର୍ଣ୍ଣା କାଲି ସଂଧ୍ୟାରେ ଲଖନଊ ପହଂଚିଥିଲେ । ପରେ ମୁଲାୟମ ସିଂହଙ୍କୁ ଭେଟିବା ସହ ତାଙ୍କ ଆଶୀର୍ବାଦ ନେଇଥିଲେ । ଏନେଇ ସେ ନିଜେ ଏକ ଫଟୋ ସହ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଅପର୍ଣ୍ଣା ଯାଦବ ହେଉଛନ୍ତି ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତିକଙ୍କ ପତ୍ନୀ । ଅପର୍ଣ୍ଣା ବିଜେପିରେ ଯୋଗ ଦେବା ପୂର୍ବରୁ ମଧ୍ୟ ବହୁବାର ବିଜେପିର ଯୋଜନାକୁ ପ୍ରଶଂସା କରିଛନ୍ତି ।