Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଲିପ୍ଟ ହେଲା କାଳ: ଧାରୁଆ ଅସ୍ତ୍ରରେ ଦାଦାଙ୍କୁ ମରଣାନ୍ତକ ଆକ୍ରମଣ କଲା ପୁତୁରା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଲିପ୍ଟ ହେଲା କାଳ: ଧାରୁଆ ଅସ୍ତ୍ରରେ ଦାଦାଙ୍କୁ ମରଣାନ୍ତକ ଆକ୍ରମଣ କଲା ପୁତୁରା

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ବାଇକରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ ରାଣିପାଙ୍ଗା ବିଦ୍ୟାଳୟର ଶିକ୍ଷକ ନହୁ ପ୍ରଧାନ ଆହତ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ନହୁ ସକାଳୁ ସ୍କୁଲକୁ ଯିବା ସମୟରେ ତାଙ୍କର ଜଣେ ସମ୍ପର୍କୀୟ ପୁତୁରା ସାନ ପ୍ରଧାନ ରାଣିପାଙ୍ଗାରେ ମୋର କାମ ଅଛି ତୁମ ସହ ଯିବି ବୋଲି କହିଥିଲେ । ନହୁ ସମ୍ପର୍କୀୟ ସାନକୁ ସାଥୀରେ ନେଇ ଯିବା ସମୟରେ ପର୍ତ୍ତମାହା ପଞ୍ଚାୟତ କଟାବାଡ଼ି ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ପୁତୁରା ସାନ ହଠାତ ଏକ ଧାରୁଆ ଅସ୍ତ୍ରରେ ନହୁଙ୍କୁ ପଛପଟୁ ବେକକୁ ଆକ୍ରମଣ କରି ଗୋଟିଏ ବ୍ରିଜ ତଳକୁ ଠେଲି ଦେବାସହ ମରଣାନ୍ତକ ଆକ୍ରମଣ କରୁଥିଲା । ଏହି ସମୟରେ ଜଙ୍ଗଲରେ କାମ କରୁଥିବା ଲୋକ ଆସି ନହୁଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ନହୁଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବା ଜଣାପଡ଼ିଛି । ସେହିପରି ଅଭିଯୁକ୍ତ ସାନକୁ ସ୍ଥାନୀୟ ଲୋକ କାବୁ କରି ପୁଲିସ ଜିମା ଦେଇଛନ୍ତି । ସମ୍ପର୍କୀୟ ସାନର ଏଭଳି ଆକ୍ରମଣ ପଛର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ପୁଲିସ ସନ୍ଦେହ କରିଛି । ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ପକ୍ଷରୁ କୁହାଯାଇଛି ।