Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ଆଇଏନ୍‌ଏସ୍ ବିକ୍ରାନ୍ତ ବୁଲିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ଆଇଏନ୍‌ଏସ୍ ବିକ୍ରାନ୍ତ ବୁଲିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ମୁମ୍ବାଇ,ଏଜେନ୍ସି: ଭାରତୀୟ ନୋସେନାରେ ନିକଟରେ ସାମିଲ ହୋଇଥିବା ସ୍ବଦେଶୀ ନିର୍ମିତ ବିମାନ ବାହକ ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିକ୍ରାନ୍ତ ପରିଦର୍ଶନ କରିଛନ୍ତି ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ । ଆଜି ସେ ଅହମ୍ମଦାବାଦରୁ ମୁମ୍ବାଇ ଗସ୍ତ କରି ପଶ୍ଚିମ ନୌସେନା କମାଣରେ ଥିବା ଆଇଏନଏସ ବିକ୍ରାନ୍ତ ପରିଦର୍ଶନ କରିଛନ୍ତି । ନୌସେନା ମୁଖ୍ୟ ଆଡମିରାଲ ହରି କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନୌସେନାଧିକାରୀ ଅତିଥି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ବିକ୍ରାନ୍ତରେ ଅତିଥି ପ୍ରଧାନମନ୍ତ୍ରୀଙ୍କୁ ନୌସେନା ପକ୍ଷରୁ ଅଭବାଦନ ମଧ୍ୟ ଜଣାଯାଇଥିଲା । ତେବେ ଅନ୍ୟ ସୂଚନା ଅନୁସାରେ ବିକ୍ରାନ୍ତ ନୌସେନାରେ ସାମିଲ ହେବା ପରେ ଆନ୍ଥୋନୀ ଆଲବାନିଜ ହେଉଛନ୍ତି ପରିଦର୍ଶନରେ ଆସିଥିବା ପ୍ରଥମ ରାଷ୍ଟ୍ରମୁଖ୍ୟ ।

ଭାରତୀୟ ନୌସେନାର ସର୍ବବୃହତ ଅଭ୍ୟାସ ‘ଟ୍ରପେକ୍ସ’ ଚାରି ମାସ ପରେ ଶେଷ ହୋଇଥିଲା ସେହି ଦିନ ଅତିଥି ପ୍ରଧାନମନ୍ତ୍ରୀ ଆଲବାନୋ ସ୍ୱଦେଶୀ ବିମାନ ପରିବହନକାରୀ ପରିଦର୍ଶନ କରିଥିଲେ । ଏହି ବୃହତ ନୌଭ୍ୟାସରେ ପ୍ରାୟ ୭୦ଟି ଜାହାଜ, ୬ଟି ବୁଡ଼ାଜାହାଜ ଏବଂ ୭୫ରୁ ଅଧିକ ବିମାନ ଅଂଶଗ୍ରହଣ କରିଥିଲେ । ଏବଂ ଏହି ନୌଭ୍ୟାସ ଆରବ ସାଗର ଜଳରାଶିରେ ପ୍ରାୟ ୨୧ ନିୟୁତ ବର୍ଗ ନଟିକାଲ ମାଇଲ ଅଞ୍ଚଳ ଅତିକ୍ରମ କରି ହୋଇଥିବା ନୌସେନା ପକ୍ଷରୁ ସୂଚନା ମିଳିଛି ।