ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ଆଇଏନ୍‌ଏସ୍ ବିକ୍ରାନ୍ତ ବୁଲିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ମୁମ୍ବାଇ,ଏଜେନ୍ସି: ଭାରତୀୟ ନୋସେନାରେ ନିକଟରେ ସାମିଲ ହୋଇଥିବା ସ୍ବଦେଶୀ ନିର୍ମିତ ବିମାନ ବାହକ ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିକ୍ରାନ୍ତ ପରିଦର୍ଶନ କରିଛନ୍ତି ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ । ଆଜି ସେ ଅହମ୍ମଦାବାଦରୁ ମୁମ୍ବାଇ ଗସ୍ତ କରି ପଶ୍ଚିମ ନୌସେନା କମାଣରେ ଥିବା ଆଇଏନଏସ ବିକ୍ରାନ୍ତ ପରିଦର୍ଶନ କରିଛନ୍ତି । ନୌସେନା ମୁଖ୍ୟ ଆଡମିରାଲ ହରି କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନୌସେନାଧିକାରୀ ଅତିଥି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ବିକ୍ରାନ୍ତରେ ଅତିଥି ପ୍ରଧାନମନ୍ତ୍ରୀଙ୍କୁ ନୌସେନା ପକ୍ଷରୁ ଅଭବାଦନ ମଧ୍ୟ ଜଣାଯାଇଥିଲା । ତେବେ ଅନ୍ୟ ସୂଚନା ଅନୁସାରେ ବିକ୍ରାନ୍ତ ନୌସେନାରେ ସାମିଲ ହେବା ପରେ ଆନ୍ଥୋନୀ ଆଲବାନିଜ ହେଉଛନ୍ତି ପରିଦର୍ଶନରେ ଆସିଥିବା ପ୍ରଥମ ରାଷ୍ଟ୍ରମୁଖ୍ୟ ।

ଭାରତୀୟ ନୌସେନାର ସର୍ବବୃହତ ଅଭ୍ୟାସ ‘ଟ୍ରପେକ୍ସ’ ଚାରି ମାସ ପରେ ଶେଷ ହୋଇଥିଲା ସେହି ଦିନ ଅତିଥି ପ୍ରଧାନମନ୍ତ୍ରୀ ଆଲବାନୋ ସ୍ୱଦେଶୀ ବିମାନ ପରିବହନକାରୀ ପରିଦର୍ଶନ କରିଥିଲେ । ଏହି ବୃହତ ନୌଭ୍ୟାସରେ ପ୍ରାୟ ୭୦ଟି ଜାହାଜ, ୬ଟି ବୁଡ଼ାଜାହାଜ ଏବଂ ୭୫ରୁ ଅଧିକ ବିମାନ ଅଂଶଗ୍ରହଣ କରିଥିଲେ । ଏବଂ ଏହି ନୌଭ୍ୟାସ ଆରବ ସାଗର ଜଳରାଶିରେ ପ୍ରାୟ ୨୧ ନିୟୁତ ବର୍ଗ ନଟିକାଲ ମାଇଲ ଅଞ୍ଚଳ ଅତିକ୍ରମ କରି ହୋଇଥିବା ନୌସେନା ପକ୍ଷରୁ ସୂଚନା ମିଳିଛି ।