ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍‌ଶିପ: ଫାଇନାଲ ପାଇଁ ଯୋଗ୍ୟତାଅର୍ଜନ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍‌ଶିପରେ ପୁଣି ଥରେ ଚମକିଛନ୍ତି । ସେ ନିଜର ପ୍ରଥମ ଉଦ୍ୟମରେ ୮୮.୩୯ ମିଟର ଦୂରକୁ ଜାଭଲିନ୍ ଫିଙ୍ଗିପାରିଛନ୍ତି । ଏଥି ସହିତ ପୁରୁଷ ଜାଭଲିନ୍ ବର୍ଗରେ ଫାଇନାଲ ପାଇଁ ଯୋଗ୍ୟତାଅର୍ଜନ କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ଏଥଲିଟ୍ ନୀରଜ ଚୋପ୍ରା ବିଶ୍ୱ ଏଥଲେଟିକ୍‌ସ ଚାମ୍ପଅନଶିପିରେ ସଫଳତାର ଦ୍ୱାରକୁ ପହଞ୍ଚି ସାରିଛନ୍ତି । ଆମେରିକାର ଓରେଗାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ନୀରଜ ଚୋପ୍ରା ସାମିଲ ଥିବା ଇଭେଣ୍ଟରେ ମୋଟ ୩୪ ଜଣ ପ୍ରତିଭାଗି ଅଂଶଗ୍ରହଣ କରିଛନ୍ତି । ଏମାନଙ୍କୁ ୨ଟି ଭାଗରେ ବିଭକ୍ତ କରାଯାଇଛି । ଏହି ଗ୍ରୁପରୁ ୧୨ ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ଶନିବାର ହେବାକୁ ଥିବା ଫାଇନାଲ ଇଭେଣ୍ଟରେ ଜାଭଲିନ ଫିଙ୍ଗିବାକୁ ସୁଯୋଗ ମିଳିବ ।

୨୪ ବର୍ଷୀୟ ନୀରଜ ଚୋପ୍ରା ଗ୍ରୁପ-ଏ ଯୋଗ୍ୟତାପର୍ଯ୍ୟାୟର ରାଉଣ୍ଡରେ ନିଜର କ୍ୟାରିୟରର ୩ୟ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ନୀରଜଙ୍କ ସହିତ ଚେକ ଗଣରାଜ୍ୟର ଜାକୁବ ବାଦଲେଜ୍‌ଚ ମଧ୍ୟ ପ୍ରଥମ ଉଦ୍ୟମରେ ୮୫.୨୩ ମିଟର ଜାଭଲିନ ଫିଙ୍ଗି ପାରିଛନ୍ତି ।