ରାଜ୍ୟରେ ଦିନକରେ ୧୧୭୮ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାର ଲମ୍ବ ଡିଆଁ। ଲଗାତାର ତୃତୀୟ ଦିନରେ ୧୧ ଶହ ପାର କଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୧୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୯୦ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେଥିମଧ୍ୟରୁ ୧୬୯ କିଶୋର ଆକ୍ରାନ୍ତ ହୋଇଛନ୍ତି।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୩, ବାଲେଶ୍ବର ୧୮, ବରଗଡ ୩୧, ଭଦ୍ରକରୁ ୧୦, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧୯, କଟକରୁ ୧୦୪, ଦେବଗଡରୁ ୧୦, ଢେଙ୍କାନାଳରୁ ୧, ଗଜପତିରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୮, ଯାଜପୁରରୁ ୩୪, ଝାରସୁଗୁଡାରୁ ୧୭, କଳାହାଣ୍ଡିରୁ ୩୨, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୧୩, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ସର୍ବାଧିକ ୨୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟରୁ ୧୩, ମୟୂରଭଞ୍ଜରୁ ୯୭, ନବରଙ୍ଗପୁରରୁ ୯, ନୟାଗଡରୁ ୩୦, ନୂଆପଡାରୁ ୧୩, ପୁରୀରୁ ୨୦, ରାୟଗଡାରୁ ୨୩, ସମ୍ବଲପୁରରୁ ୧୧୧, ସୋନପୁରରୁ ୧୮, ସୁନ୍ଦରଗଡରୁ ୧୯୪ ଓ ଷ୍ଟେଟପୋଲରୁ ୫୭ ଜଣ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୪ ହଜାର ୩୬୯ରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ୭୨୪୫ ସକ୍ରିୟ ମାମଲା ରହିଛି। ନୂଆ ୧୦୨୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ୧୨,୮୭,୯୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।