ନିଜ ରେକର୍ଡ ଭାଙ୍ଗି ରୌପ୍ୟ ଜିତିଲେ ଗେଲଡେନ୍‌ ବଏ ନୀରଜ

ସ୍ଟକ୍‌ହୋଲମ୍‌,ଏଜେନ୍ସି: ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ଜିତିବା ପରେ ଡାଇମଣ୍ଡ ଲିଗରେ ୮୯.୯୪ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି ନୀରଜ। ଏହା ସହିତ ନିଜର ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି।

ସ୍ଟକହୋଲମରେ ଡାଇମଣ୍ଡ ଲିଗ ଖେଳାଯାଇଛି। ସେଠାରେ ୮୯.୯୪ ମିଟର ଜାଭେଲିନ ଫିଙ୍ଗି ଜୁନ ୧୪ରେ ହୋଇଥିବା ପାଭୋ ନୁରମି ଗେମ୍ସରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି। ଏଥିରେ ସେ ରୌପ୍ୟ ପଦକ ଜିତିଥିଲେ। ୮୯.୩୦ ମିଟର ଜାଭଲିନ ଫିଙ୍ଗିଥିଲେ।

ନୀରଜଙ୍କ ଏହି ଥ୍ରୋ ଟୁର୍ଣ୍ଣାମେଣ୍ଟ ରେକର୍ଡ ମଧ୍ୟ ହୋଇଛି। ବିଶ୍ବ ଚମ୍ପିଆନ ପିଟର ୯୦.୩୧ ମିଟର ଜାଭେଲିନ ଫିଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଅସଫଳ ହୋଇଥିଲେ। ଦ୍ବିତୀୟ ପ୍ରୟାସରେ ସର୍ବାଧିକ ୮୬.୮୪ ମିଟର ଜାଭଲିନ ଥ୍ରୋ କରିଥିଲେ। ଜୁଲାଇ ୧୫ରୁ ୨୪ଯାଏଁ ୟୁଏସଏରେ ହେବାକୁ ଥିବା ବିଶ୍ବ ଚାମ୍ପିୟନସିପରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।